କଟକଣା ପାଇଁ ଭୀମକୁଣ୍ଡରେ ଫିକା ପଡିଲା ବଡ଼ଦିନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡଠାରେ ବଡ଼ ଦିନ ଉପଲକ୍ଷେ ପ୍ରତିବର୍ଷ ଜିଲ୍ଲା ତଥା ଜିଲ୍ଲାବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଭୋଜିଭାତ ସହ ଭୀମକୁଣ୍ଡକୁ ବୁଲି ଦେଖିବାକୁ ଆସିଥାନ୍ତି ଲୋକେ। ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁ ବଡ଼ଦିନ ଫିକା ପଡିଥିବା ଦେଖା ଯାଇଥିଲା। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଥର ଭୀମକୁଣ୍ଡରେ ଭୋଜିଭାତ ଓ ଜନଗହଳି ନ କରିବା ପାଇଁ ନିଷେଧ ଜାରି କରାଯାଇଛି। ଫଳରେ ଅନେକ ପର୍ଯ୍ୟଟକ ଆସି ନିରାଶ ହୋଇ ଫେରି ଯାଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାଇ ଆଜି ଭୀମକୁଣ୍ଡରେ କାହାରିକୁ ଛଡା ନଯିବାରୁ ଜନଶୂନ୍ୟ ହୋଇଯାଇଥିଲା। ପୁଲିସ ପ୍ରଶାସନ ତରଫରୁ ଭୀମକୁଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବେଳେ ହଜାର ହଜାର ପର୍ଯ୍ୟଟକ ଆସି ନିରାଶ ହୋଇ ଫେରିଛନ୍ତି।