ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସହରରେ ତିଆରି ହେଉଥିବା ନୂତନ ବସଷ୍ଟାଣ୍ଡକୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିହାରୀରାମ ତନ୍ତୀଙ୍କ ନାମରେ ନାମିତ କରିବା ପାଇଁ ଦାବି ହୋଇଛି। ଏନେଇ ଆଜି ଜିଲ୍ଲାର ଅନୁସୂଚିତ ଜାତିବର୍ଗ ଓ ଜିଲ୍ଲା ବିଜେଡି ଏସସି ସେଲ୍ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ଝାରସୁଗୁଡା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାସହ ସେମାନେ କହିଛନ୍ତି ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗୀୟ ବିହାରୀରାମ ତନ୍ତୀ ଦେଶପାଇଁ ନିଜ ଜୀବନ ଉତ୍ସର୍ଗୀକୃତ କରିଥିବାରୁ ନୂତନ ବସଷ୍ଟାଣ୍ଡକୁ ତାଙ୍କ ନାମରେ ନାମିତ କରାଯିବାସହ ତାଙ୍କର ଏକ ପୂର୍ଣ ପ୍ରତିମୂର୍ତ୍ତୀ ବସଷ୍ଟାଣ୍ଡରେ ସ୍ଥାପନ କରାଯାଉ। ଏହି ଅବସରରେ ଜିଲ୍ଲା ବିଜେଡି ଏସସି ସେଲ ସଭାପତି ଜୟ ପ୍ରକାଶ କୁଅଁର, ପ୍ରେମ ସାଗର, ନୃପତି ବେସନ, ଶଙ୍କର ପୋଢ, ଶ୍ୟାମସୁନ୍ଦର କଂସରାଲି, ପାର୍ଥବ ମଗର, ଅଶୋକ ଜାଲ, କିଶୋର କୁମ୍ଭାର, ହିମାଂଶୁ ବେସନ, ପ୍ରଫୁଲ୍ଲ ହାତୀ ପ୍ରମୁଖ ଉପସ୍ଥିତ ଥିଲେ।