ଟିଆରଏଲ କ୍ରୋସାକି ପକ୍ଷରୁ ଟିକାକରଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ସ୍ଥିତ ଟିଆରଏଲ କ୍ରୋସାକି କମ୍ପାନୀର ସିଏସଆର ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୂକୁଲ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଶ୍ରମିକ ସଂଘର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଶିଶୁମାନଙ୍କୁ ଓପିଭି, ଆଇପିଭି, ପିଭି, ଆରଭି, ଏମଆର, ଡିପିଟି ସହିତ ଭିଟାମିନ୍ସ ଆଦି ଟୀକା ପ୍ରଦାନ କରାଯାଇଥିଲା।

ସେହିପରି ମାଆମାନଙ୍କୁ ବସିଜି, ଟିଡି ଆଦି ଟିକାକରଣ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ବରୁଣ ସାଗର, ପର୍ବତୀ ଭୋଇ, ଅଙ୍ଗନବାଡ଼ି କର୍ମୀ ସାବିତ୍ରୀ ବାଗ, ଆଶାକର୍ମୀ ଚଞ୍ଚଳା ଭଏଁଷାଲ, ଆଶାକର୍ମୀ ଅରୁନ୍ଧତି ଶତପଥୀ ପ୍ରମୁଖ ଯୋଗଦେଇ ଏହି ଟିକାକରଣ କରିଥିଲେ। ଏହି ଅବସରରେ ଟିଆରଏଲ କ୍ରୋସାକି ସିଏସଆର ବିଭାଗର ବରିଷ୍ଠ ଅଧିକାରୀ ଶଶାଙ୍କ ଦୀକ୍ଷିତ, କର୍ମଚାରୀ ଭାସ୍କର ରଣା, ମିନାକ୍ଷୀ ପଟ୍ଟନାୟକ, ଶ୍ରମିକ ସଂଘର ସଭାପତି ସରୋଜ ପାତ୍ର, ସାଧାରଣ ସମ୍ପାଦକ ରାଜ କିଶୋର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।