ଏଡିଲେଡ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଏଡିଲେଡ ଟେଷ୍ଟରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଅଷ୍ଟ୍ରେିଲଆ ବୋଲରଙ୍କ ସାମ୍ନାରେ ଭାରତକୁ ମୁଣ୍ଡ ନୁଆଇଁବାକୁ ପଡ଼ିଛି। ମ୍ୟାଚର ଚତୁର୍ଥ ପାଳିରେ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୯୦ ରନର ଆବଶ୍ୟକତା ଥିବାବେଳେ ୨୧ ଓଭରରେ ୨ଟି ୱକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହାସହ ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଆଗୁଆ ରହିଛି।

ଭାରତ ପ୍ରଥମ ପାଳିରେ ୨୪୦ ରନ୍ ହାସଲ କରିଥିଲା। ପରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୧୯୧ରେ ଅଲଆଉଟ କରିଦେଇଥିଲା। ଭାରତୀୟ ଟିମ୍ ଦ୍ୱିତୀୟ ପାଳିରେ ୫୩ ରନ ସହ ପଡ଼ିଆକୁ ଓହ୍ଲାଇଥିଲେ ବି ବ୍ୟାଟ୍ସମ୍ୟାନମାନେ ସମସ୍ତଙ୍କୁ ନିରାଶ କରିଥିଲେ। ଭାରତ ଦ୍ୱିତୀୟ ପାଳିରେ ମାତ୍ର ୩୬ ରନ୍ କରିପାରିଥିଲା।