ଏଥର ଓଡ଼ିଆରେ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ଚଳିତ ବର୍ଷଠାରୁ ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ ଜାତୀୟ ପରୀକ୍ଷାନିଗମ ସହମତି ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।