ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଗୁମିକିଆ ଅଞ୍ଚଳରେ ଗଞ୍ଜାମ ଜିଲ୍ଲା ସୋରଡ଼ାସ୍ଥିତ ଲାୟନ୍ସ କ୍ଲବ ପକ୍ଷରୁ ଆଜି ୨୫୦ ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏହି କମ୍ବଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ସଭାପତି ଶିବରାମ ପଣ୍ଡା, ସରୋଜ ପାତ୍ର ,ସନ୍ତୋଷ ପାତ୍ର, ମହେଶ୍ୱର ସାହୁ, ନବୀନ ସାହୁ, ଦୀପକ କୁମାର ସାହୁ, ବ୍ଲକ ବିଜୁ ଜନତା ଦଳର ସଭାପତି ରଞ୍ଜନ ପ୍ରଧାନ,ଜ୍ୟୋତିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।