ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ୨୦୨୦ର ଶେଷ ରାତି ଅର୍ଥାତ୍ ଜିରୋ ନାଇଟ୍ ସେଲିବ୍ରେସନ କରୋନା ପାଇଁ ଫିକା ପଡ଼ିବ। ଏଥର ଭୁବନେଶ୍ୱରରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ରୋକ୍ ଲାଗିଥିବା ବିଏମସି କମିଶନର ସୂଚନା ଦେଇଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି। ବିଭିନ୍ନ ବାର ଓ ମଣ୍ଡପରେ ପୂର୍ବରୁ ହେଉଥିବା ଜିରୋ ନାଇଟ୍ ସେଲିବ୍ରେସନ ଉପରେ ବିଏମସି ପକ୍ଷରୁ ନଜର ରଖାଯିବ। ଆବଶ୍ୟକ ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଶ୍ରୀ ଚୌଧାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଥିବାବେଳେ ଭୁବନେଶ୍ୱରରେ ଏହାକୁ ଧୁମଧାମରେ ପାଳନ କରାଯାଏ। ତେବେ ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖ୍ରୀଷ୍ଟମାସ (ବଡ଼ଦିନ) ପର୍ବ ଓ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ବିଏମସି କଟକଣା ଜାରି କରିଛି। ବଡ଼ଦିନରେ ଚର୍ଚ୍ଚ କର୍ତ୍ତୃପକ୍ଷ କମ୍ ଲୋକରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଥିବାବେଳେ ଜିରୋନାଇଟ୍ ସେଲିବ୍ରେସନ ଉପରେ ରୋକ ଲଗାଯାଇଥିବା ବିଏମସି ପକ୍ଷରୁ ଜଣାପଡ଼ିଛି।