୪ ଶିଶୁଙ୍କ ଉପରେ ଚଢ଼ିଗଲା ଟ୍ରକ୍

ହାଇଦ୍ରାବାଦ,ଏଜେନ୍ସି: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ମଙ୍ଗଳବାର ଏକ ଶୋଭାଯାତ୍ରା ଉପରେ ଟ୍ରକ୍ ଚଢିଯିବାରୁ ୪ ଜଣ ଶିଶୁ ପ୍ରାଣ ହରାଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସିରିଭେଲା ବ୍ଲକ ଅନ୍ତର୍ଗତ ୟେରାଗୁଣ୍ଟଲା ଗ୍ରାମର ପ୍ରାୟ ୪୦ ଜଣ ଖ୍ରୀଷ୍ଟ ଧର୍ମାବଲମ୍ବୀ ମଙ୍ଗଳବାର ସକାଳେ ଏକ ପ୍ରାର୍ଥନା ଶୋଭାଯାତ୍ରାରେ ବାହାରି ହାଇଦ୍ରାବାଦ-କଡ଼ପ୍ପା ରାଜପଥରେ ଯାଉଥିବାବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ସୁଦ୍ଧା ପୁଲିସ ତାକୁ ଆଲ୍ଲାଗଡା ଗ୍ରାମରୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ଘଟଣାରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।