ଫାଟକ ନିର୍ମାଣ ଦାବିରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦାବିପତ୍ର

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ କଲେଜରେ ମୁଖ୍ୟ ଫାଟକର ସୌନ୍ଦର୍ଯ୍ୟକରଣ ପାଇଁ ଘୋଷଣା ହୋଇଥିଲେ ସ୍ମାରକୀ ଫାଟକ ନିର୍ମାଣ କରାଯାଇ ପାରିନାହିଁ । ମହାବିଦ୍ୟାଳୟ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା କାରଣରୁ ଦୀର୍ଘଦିନ ଧରି ପ୍ରସ୍ତାବିତ ଫାଟକ ନିର୍ମାଣ କରାଯାଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ଫାଟକ ନିର୍ମାଣ ପାଇଁ ରାସ୍ତା ଓ ସୌଧ ବିଭାଗପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲେ ମଧ୍ୟ ଦୀର୍ଘଦିନ ହେବ ଟେଣ୍ଡର ଖୋଲା ଯାଇନାହିଁ।

ଏହାର ପ୍ରତିବାଦରେ ଆଜି କଲେଜ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ସିଦ୍ଧାର୍ଥ ଗୁରୁ, ପୂର୍ବତନ ପରିଚାଳନା ଅଧ୍ୟକ୍ଷ ସୁଧୀର କୁମାର କପରଦାର, ନବୀନ କୁମାର ପାଣି, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ମିଶ୍ର ଓ ପଞ୍ଚୁ ଲାଲ ବରାଇ ପ୍ରମୁଖ ପୂର୍ବାହ୍ନରେ ରାସ୍ତା ଓ ସୌଧ ଡିଭିଜନ କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଯନ୍ତ୍ରୀ ଇଂ ନାରାୟଣ ପଟେଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।