ବିଷମକଟକ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ମନୋନୀତ

ବିଷମକଟକ,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ଥିବା ବାର ଆସୋସିଏସନର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି। ସବୁଥର ପରି ଏଥର ମଧ୍ୟ ସମସ୍ତ ବାର ଆସୋସିଏସନ ସଦସ୍ୟ ଓ ସଦସ୍ୟାଙ୍କ ସହମତିରେ ନୂତନ କର୍ମକର୍ତ୍ତା ମନୋନାୟନ କରାଯାଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଜି. ମନମଥ ରାଓ, ଉପସଭାପତି ରାଧାରମଣ ଦାସ, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୁଧୀର ଚିଚୁଆନ ଓ କୋଷାଧ୍ୟକ୍ଷ କୁଳନାଥ ପାଢ଼ୀଙ୍କୁ ମନୋନୀତ କରାଯାଇଥିବା ସୂଚନା ମିଳିଛି। ନୂତନ କରି ମନୋନୀତ ହୋଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ପୂର୍ବତନ ବାର ଆସୋସିଏସନ ସଭାପତି ଏସ.ବାବୁ ରାଓ ସମେତ ସମସ୍ତ ସଭ୍ୟସଭ୍ୟା ଶୁଭେଚ୍ଛା ଜ୍ଞାପନ କରିଛନ୍ତି।