୩ ସେନାକୁ ୧୫ ଦିନର ପ୍ରଚଣ୍ଡ ଯୁଦ୍ଧ ଲାଗି ଅସ୍ତ୍ରଶସ୍ତ୍ର କିଣିବାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ଚୀନର ଚାଲାକିକୁ ସାମ୍ନା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶତ୍ରୁ ଦେଶର ଶକ୍ତି କମାଇବା ଲାଗି ୩ ସେନାକୁ ୧୫ ଦିନ ପାଇଁ ଅସ୍ତ୍ରଣସ୍ତ୍ର ଓ ଗୋଳାବାରୁଦ ଷ୍ଟକ କରିବାକୁ କୁହାଯାଇଛି। ଦେଶ ଛଡ଼ା ବିଦେଶରୁ ମଧ୍ୟ ୫୦ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ପୂର୍ବରୁ ସେନା କେବଳ ୧୦ ଦିନ ଲାଗି ଗୋଳାବାରୁଦ ଷ୍ଟକ କରୁଥିଲା।

ବର୍ତ୍ତମାନର ସ୍ଥିତି ଅନୁସାରେ ଉଭୟ ଭାରତ ଓ ଚୀନ ସୈନ୍ୟ ଯୁଦ୍ଧ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚୀନ ସହ ଲାଗି ରହିଥିବା ବିବାଦ କେତେବେଳେ କୌଣସି ବି ମୋଡ଼ ନେଇପାରେ ବୋଲି ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ସଙ୍କେତ ଦେଇଥିଲେ। ଜୟଶଙ୍କର କହିଥିଲେ ଯେ, ଚୀନ ପଛକୁ ହଟିବାକୁ ପ୍ରସ୍ତୁତ ନଥିବାରୁ ବିବାଦ ଲମ୍ବା ଚାଲିପାରେ।