ରାଜ୍ୟରେ ୩୩୨ ନୂଆ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୩, ୨୪, ୦୮୯କୁ ବୃଦ୍ଧି

ଭୁବନେଶ୍ୱର,ଏନଏନ୍ଏସ୍: ରାଜ୍ୟରେ ୩୩୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୩ଜଣ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪୧, ଅନୁଗୁଳରୁ ୩୫, ଖୋର୍ଦ୍ଧାରୁ ୨୯, କଟକରୁ ୨୭, ମୟୁରଭଞ୍ଜରୁ ୨୨, ପୁରୀରୁ ୨୧, ବରଗଡ଼ରୁ ୧୫, ନୂଆପଡ଼ା ଓ ଝାରସୁଗୁଡ଼ାରୁ ୧୧ ଲେଖାଏଁ, କେଉଁଝର ଜିଲ୍ଲାରୁ ୧୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨୪ ହଜାର ୮୯ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩ଲକ୍ଷ ୧୯ ହଜାର ୬୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୮୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୧୫୬ ଜଣ ଚିକିତ୍ସିତ ହେଉଛନ୍ତି।