ଓଡ଼ିଶାରେ ପ୍ରଥମ ବନ୍ଦୀଗୃହ ପ୍ରତିଷ୍ଠା ଦିବସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡିଶାରେ ପ୍ରଥମ ବନ୍ଦୀଗୃହ ପ୍ରତିଷ୍ଠା ଦିବସ ଝାରସୁଗୁଡା ଜିଲ୍ଲା ଉପକାରାଗାରରେ ପାଳନ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବାବେଳେ ଜେଲ ସୁପରିଟେଣ୍ଡାଣ୍ଟ ଦେବେନ୍ଦ୍ର କୁମାର ଥାଟି ଜେଲ ଭିତରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକଳାପ ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିନା ମୂଲ୍ୟରେ ସେବା ମନୋବୃତି ରଖି ଉପକାରାଗାର ପରିସର ସଫାସୁତୁରାରେ ସହଯୋଗ କରିଥିବା ୩ଜଣ ଅନ୍ତେବାସୀଙ୍କୁ ପୁରସ୍କୃତ କରାଯାଇଥିଲା।