ଛଟେଇ ପ୍ରତିବାଦରେ କୋଭିଡ ଯୋଦ୍ଧା ରାଜରାସ୍ତାରେ

ରାୟଗଡ଼ା,ଏନ୍ଏନ୍ଏସ୍: କୋଭିଡ୍ ଯୋଦ୍ଧା ଏବେ ରାଜରାସ୍ତାରେ। କୋଭିଡ୍ ହସ୍ପିଟାଲରୁ ଛଟେଇ କରାଯାଇଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା ନର୍ସ। ସେମାନଙ୍କୁ ପୁନଃ ନିଯୁକ୍ତି ଦାବିରେ କୋଭିଡ୍ ହସ୍ପିଟାଲ ଆଗରେ ଧାରଣାରେ ବସିଛନ୍ତି ଜିଲ୍ଲାର ସମସ୍ତ ଛଟେଇ କର୍ମୀ। କୋଭିଡ୍ ଆରମ୍ଭରେ ଚାକିରି କ୍ଷେତ୍ରରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ସରକାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଥିବାବେଳେ ଏବେ କାର୍ଯ୍ୟ ହାସଲ ପରେ ଏମାନଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ରସ୍ମିତା ପଲେଇ । ଯାହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲାର ସମସ୍ତ ଛଟେଇ ସ୍ୱାସ୍ଥ୍ୟକର୍ମୀ। ଆଜି ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ ହସ୍ପିଟାଲ ଆଗରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି।