ବାରିପଦା,ଏନ୍ଏନ୍ଏସ୍: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାଏଲିସିସ ପଜିଟିଭ ମେସିନ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଡ଼ିଶା ସରକାରଙ୍କର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କୁ ଏ ବିଷୟରେ ଅବଗତ କରାଇବା ସହିତ ତୁରନ୍ତ ଡାଏଲିସିସ ପଜିଟିଭ ମେସିନ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଶ୍ରୀମତୀ ହେମ୍ବ୍ରମ ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ, ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଗରିବ ରୋଗୀମାନେ ସରକାରଙ୍କର ବ୍ୟବସ୍ଥାର ସୁଫଳ ପାଇ ପାରୁ ନାହାଁନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏଠାରେ ଡାଏଲିସିସ ପଜିଟିଭ ମେସିନ ଲଗାଇଲେ ଗରିବ ରୋଗୀମାନେ ଉପକୃତ ହୋଇପାରିବେ ।