ହାତୀ ପରେ ବାରହା ଆତଙ୍କ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ପଳସମା ବନଖଣ୍ଡ ଅଞ୍ଚଳରେ ହାତୀପଲ ଧାନ ଫସଲ ନଷ୍ଟ କରିବାପରେ ଏବେ ୪୦ ରୁ ଉଦ୍ଧ୍ୱର୍ ବରହା ଆସି ଧାନ ନଷ୍ଟ କରୁଛନ୍ତି। ସୂଚନା ଅନୁସାରେ ଚିରଗୁଣିକୁଦ, କାହ୍ଲବସା, ସାତ କିଆରି, କଣ୍ଟାବାହାଳ, ମହାସିନ୍ଧୁ ଆଦି ଗ୍ରାମରେ ବରହା ମାନେ ବ୍ୟାପକ ଧାନ ନଷ୍ଟ କରୁଛନ୍ତି। ତେଣୁ ଯଥାଶୀଘ୍ର ବନ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବାରହାଙ୍କୁ ଘଉଡେଇବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।