ନୂଆଦିଲ୍ଲୀ: କରୋନା ଯୋଗୁ ବଢ଼ୁଥିବା ସଂକ୍ରମଣ ମଧ୍ୟରେ ସମଗ୍ର ବିଶ୍ୱବାସୀ ଭ୍ୟାକ୍ସିନ ଅପେକ୍ଷାରେ ଅଛନ୍ତି। ଏଭଳି ସ୍ଥିତିରେ ଲାଗୁଛି ଲୋକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ବାସ୍ତବରେ ଫାଇଜର ଫାର୍ମା କମ୍ପାନୀର କରୋନା ଭ୍ୟାକ୍ସିନକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବ୍ର୍ରିିଟେନ ମଞ୍ଜୁରୀ ପ୍ରଦାନ କରିଛି। ଲୋକଙ୍କୁ ଟୀକା ପ୍ରଦାନ କରିବା ପାଇଁ ବ୍ରିଟେନ ୪୦ ନିୟୁତ ଟୋନ୍ ଭ୍ୟାକ୍ସିନ କିଣିଛି। ଏଥିସହିତ ପ୍ରଥମ ଦେଶ ଭାବେ ବ୍ରିଟେନ ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିଛି।
ସମଗ୍ର ବିଶ୍ୱରେ ୬.୪ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ବ୍ରିଟେନରେ ୧୬ ଲକ୍ଷରୁ ଅଧିକ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ରିଟେନ କିଣିଥିବା ଫାଇଜର ଭ୍ୟାକ୍ସିନକୁ ପ୍ରତ୍ୟେକ ଲୋକଙ୍କୁ ୨ଟି ଡୋଜ୍ ଦିଆଯିବ। ଆଗାମୀ ସପ୍ତାହରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହାସତ୍ତେ୍ୱ ମଧ୍ୟ ଲୋକଙ୍କୁ କରୋନା ନିୟମ ପାଳନ କରିବାକୁ ପଡ଼ିବ