ପୁଲିସରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ରାମେ ମାଡ଼କାମୀ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ପୁଲିସ ନିକଟରେ ଆଜି ମହିଳା ମାଓବାଦୀ ରାମେ ମାଡ଼କାମୀ ଆତ୍ମସମର୍ପଣ କରିଛି। ରାମେ ଦୁର୍ଦ୍ଦାନ୍ତ ମାଓ ନେତା ରାମ କ୍ରୀଷ୍ଣାର ଅଙ୍ଗରକ୍ଷୀ ସହି ତାର ସୁରକ୍ଷା ୟୁନିଟର ଏରିଆ କମାଣ୍ଡର ଥିଲା। ରାମେ ମାଡ଼କାମୀ ନାଁରେ ଓଡ଼ିଶା ସରକାର ୪ ଲକ୍ଷର ପୁରସ୍କାର ଘୋଷଣା କରିଥିବାବେଳେ ତା’ନାଁରେ କୋରାପୁଟ ଓ ମାଲକାନଗିରି ଅଞ୍ଚଳ ଥାନାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ସଂଗଠନର ସଦସ୍ୟଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ିଥିବା କହିଥିବା କୋରାପୁଟ ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।