ରାୟଗଡ଼ା,ନ୍ଏନ୍ଏସ୍ : ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ବାଫଲାମାଲି ଖଣିରେ ସ୍ୱଚ୍ଛତା ପକ୍ଷ ପାଇଁ ଏକ ଗଣ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଛି। ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ୨୦୨୦ ନଭେମ୍ବର ୧୬-୩୦ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ଅଭିଯାନରେ ଉତ୍କଳ ଆଲୁମିନା କମ୍ପାନୀ ସାମିଲ ହୋଇଛି । କୋଭିଡ୍-୧୯ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମହାମାରୀ ସହିତ ଲଢ଼େଇ ପାଇଁ ଲୋକମାନଙ୍କୁ ଉତ୍ସାହିତ କରାଯାଇଛି। ଖଣି ମୁଖ୍ୟ ମୁକେଶ ଝା ଏବଂ କ୍ରିଷ୍ଣ ଜ୍ୟୋତିଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବାଫଲାମାଲି ଖଣି ଅଞ୍ଚଳ ସ୍ୱଚ୍ଛତାମାନକୁ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ୟୁଏଆଇଏଲର ୟୁନିଟ୍ ମୁଖ୍ୟ ଓ ସଭାପତି ମଝାରୁଲ୍ଲା ବୈଗ୍ ମହାମାରୀ ସମୟରେ ଏଭଳି ଅଭିଯାନ ହାତକୁ ନେବା ଏବଂ ସ୍ୱଚ୍ଛତା ଏବଂ ପରିମଳ ଉପରେ ଗୁରୁତ୍ୱାରୋପ କରିଥିବାରୁ ବାଫଲାମାଲି ଖଣିର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଅର୍ପଣ କରିଥିଲେ।