ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ ଲକ୍ଷ ଅତିକ୍ରମ କରିଛି। ଏହି ପରିସ୍ଥିତିରେ କରୋନାର ମୁକାବିଲା ପାଇଁ ଟିକା ଉପରେ ସମସ୍ତଙ୍କ ନଜର ରହିଛି। ଏହି କରୋନା ଟିକାର ସମୀକ୍ଷା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ପ୍ରସ୍ତୁତ କରୁଥିବା ତିନୋଟି କମ୍ପାନୀର କାରଖାନା ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ଅହମ୍ମଦାବାଦର ଜିଡସ୍ କ୍ୟାଡିଲା ପ୍ଲାଣ୍ଟରେ ପହଞ୍ଚିଥିଲେ। ଏହା ପରେ ସେ ହାଇଦ୍ରାବାଦର ଭରତ ବାୟୋଟେକ୍ ପ୍ଲାଣ୍ଟ ଏବଂ ଶେଷରେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଯାଇଥିଲେ।
୫ଟି ପର୍ଯ୍ୟାୟରେ ୩୧ କୋଟି ଲୋକଙ୍କୁ ଟିକା କରଣ କରାଯିବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଡାକ୍ତର, ଏମବିବିଏସ୍ ଛାତ୍ର, ନର୍ସ ଏବଂ ଆଶା କର୍ମୀଙ୍କୁ ଟୀକାକରଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପୌର ସଂସ୍ଥା, କର୍ପୋରେସନ୍ କର୍ମଚାରୀ, ପୁଲିସ୍ ଏବଂ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀଙ୍କୁ ଟିକା ଦିଆଯିବ। ଚତୁର୍ଥ ପର୍ଯ୍ୟାୟରେ ୫୦ବର୍ଷରୁ ଅଧିକ ୨୬ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ। ପଞ୍ଚମ ପର୍ଯ୍ୟାୟରେ, ସଂକ୍ରମଣର ଆଶଙ୍କା ଥିବା ଯୁବକମାନଙ୍କୁ ସରକାରୀ ଟିକା କରଣ କରିବେ। ଏହି ବର୍ଗରେ ୫୦ ବର୍ଷରୁ କମ୍ ବ୍ୟକ୍ତି ଅନ୍ତର୍ଭୁକ୍ତ।