ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ମାମଲାରେ ୨୦ ଜଣିଆ ଏସଆଇଟି ଗଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗତକାଲି ଗିରଫ କରିବା ପରେ ତଦନ୍ତ ପରିସରକୁ ବଢ଼ାଇଛି ଭିଜିଲାନ୍ସ। ଏଥିପାଇଁ ୨୦ ଜଣିଆ ସ୍ୱତନ୍ତ୍ର ଯାଞ୍ଚ ଟିମ(ଏସଆଇଟି) ଗଠନ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ନବଗଠିତ ଏହି ଏସଆଇଟିର ପ୍ରଥମ ବୈଠକ ମଧ୍ୟ ହୋଇଛି। ତଦନ୍ତ କେମିତି ଓ କିପରି ଭାବେ ହେବ ସେ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି।

ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳରେ କେଉଁ ମାନେ ସଂପୃକ୍ତ ? ଏହି ସମ୍ପତ୍ତି ସମ୍ପର୍କରେ କିଏ କିଏ ଜାଣିଥିଲେ ? ଏସବୁର ଉତ୍ତର ଖୋଜିବା ପାଇଁ ଏହାସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଏବେ ନୋଟିସ୍ କରିବ ଭିଜିଲାନ୍ସ। ୧୬୦ ସିଆରପିସିରେ ନୋଟିସ୍ କରି ପଚରାଉଚରା କରିବ। ଯାଞ୍ଚ ବେଳେ ଏକାଧିକ ଗୁପ୍ତ ଫାଇଲ୍ ହାତରେ ଲାଗିଥିଲା। ଯାହା ଆଧାରରେ ଗତକାଲିଠୁ ଗିରଫ ହୋଇ ପାଠକ ବାପା, ପୁଅ ଝାରପଡ଼ା ଜେଲ୍‌ରେ ଅଛନ୍ତି।