ମାଲକାନଗିରି, କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ର ଏମଭି-୩୬ ନିକଟସ୍ଥ ଆପନମାଲା ପୋଲ ନିକଟରେ ଟ୍ରକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଆନୁସାରେ, ଆପନମାଲା ପୋଲ ନିକଟରେ ଏକ ବାଲି ବୋଝେଇ ଟ୍ରକ୍ ପଛ ଆଡୁ ଆସି ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକ ଜଗଦୀଶ ହାଲଦାର ଅଳ୍ପକେ ବର୍ତ୍ତି ଆହତ ହୋଇଥିବା ବେଳେ ଗାଡି ପଛରେ ବସିଥିବା ମଲିନ ଦାସଙ୍କ ଉପରେ ଟ୍ରକ୍ ଚଢିଯାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଓରକେଲ ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।