ସୁସ୍ଥହେଲେ ୯୦୮ କରୋନା ଆକ୍ରାନ୍ତ, ୩୦୯୭୪୭କୁ ଛୁଇଁଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୦୯୭୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬୫, କଟକରୁ ୬୩, ମୟୂରଭଞ୍ଜରୁ ୫୬, ସୁନ୍ଦରଗଡରୁ ୫୪, କେନ୍ଦୁଝରରୁ ୫୧, ବାଲେଶ୍ୱରରୁ ୪୯, ଯାଜପୁରରୁ ୪୨, ବଲାଙ୍ଗିରରୁ ୪୦, କେନ୍ଦ୍ରାପଡାରୁ ୩୯, ଜଗତସିଂହପୁରରୁ ୩୬, କଳାହାଣ୍ଡିରୁ ୩୬, ନୂଆପଡାରୁ ୩୨, ପୁରୀରୁ ୩୧, ବରଗଡରୁ ୨୬, ସମ୍ବଲପୁରରୁ ୨୪, ଭଦ୍ରକରୁ ୧୭, କନ୍ଧମାଳରୁ ୧୨, ନବରଙ୍ଗପୁରରୁ ୧୨, ଢେଙ୍କନାଳରୁ ୧୦, ଗଞ୍ଜାମରୁ ୧୦, ମାଲକାନଗିରିରୁ ୧୦, ସୋନପୁରରୁ ୭, ବୌଦ୍ଧରୁ ୬, ଗଜପତିରୁ ୪, ନୟାଗଡରୁ ୩, ଦେବଗଡରୁ ୨, ରୟଗଡାରୁ ୨ ଏବଂ ଷ୍ଟେଟପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି।