ବିଜୁ ଯୁବ ଜନତାଦଳ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ା ବିଜୁ ଯୁବ ଜନତାଦଳର ନୂତନ ଭାବେ ନିଯୁକ୍ତ ହୋଇଥିବା କର୍ମକର୍ତ୍ତାଙ୍କୁ ଟାଉନ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ନୂତନ ଯୁବ ଜନତା ଦଳର ଉପସଭାପତି ଚିରଞ୍ଜୀବି ପତି, ଟାଉନ ଯୁବ ଜନତାଦଳ ସଭାପତି ମାନସ ରାୟ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ରଞ୍ଜିତ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାକୁ ସନ୍ଦୀପ ଅବସ୍ତି ସଭାପତିତ୍ୱ କରିଥିଲେ। ଏଥିରେ ତାପସ ରାୟ ଚୌଧୁରୀ, ରଘୁମଣି ପଟେଲ , ଫୁପୁ ମହାନ୍ତି, ପ୍ରତାପ ନନ୍ଦ, ମୋତିଲାଲ ତନ୍ତୀ, ମଦନ ହାତୀ ଓ ଜୟପ୍ରକାଶ କୁଅଁର, ଅଶୋକ ଦାସ, ପିଣ୍ଟୁ ପାଢ଼ୀ, ସୁଧାଂଶୁ ମହାପାତ୍ର, ସିଦ୍ଧାର୍ଥ ସରକାର , ତୁଳସୀ ଦାସ ଅଶୋକ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ