ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନ ଦିବସ ଅବସରରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ଜୋର ଦେଇଛନ୍ତି। ଅଖୀଳ ଭାରତୀୟ ପୀଠାସୀନ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଯାଇ ମୋଦୀ କହିଛନ୍ତି ଯେ, ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ ଆଲୋଚନା ହେବା ଉଚିତ। କିଛି ମାସ ଅନ୍ତରରେ ଦେଶରେ କେଉଁଠି ନା କେଉଁଠି ନିର୍ବାଚନ ହେଉଥିବା ଯୋଗୁ ବିକାଶ କାର୍ଯ୍ୟରେ ବାଧା ଉପୁଜୁଛି। ତେଣୁ ଏନେଇ ସମସ୍ତେ ଗମ୍ଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏଥିସହିତ ଲୋକସଭା, ବିଧାନସଭା ଓ ଅନ୍ୟ ନିର୍ବାଚନ ଲାଗି କେବଳ ଗୋଟିଏ ମତଦାତା ସୂଚୀ ବ୍ୟବହାର କରାଯିବା ଉଚିତ। ଭିନ୍ନ ଭିନ୍ନ ସୂଚୀ ପ୍ରସ୍ତୁତ କରି ଆମେ କେବଳ ଅଯଥାରେ ଟଙ୍କା ଓ ସମୟ ଅପଚୟ କରୁଛୁ।