ଏବର୍ଷ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁ ଡିଜିସିଏ ଭାରତରେ ଆନ୍ତର୍ଜାତିକ ବ୍ୟବସାୟିକ ବିମାନର ଯାତାୟତ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ରୋକ ଲଗାଇଦେଇଛି। ଫଳରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବ୍ୟବସାୟିକ ବିମାନ ଭାରତରୁ ବାହାରକୁ ଯିବନି କି ବାହାରୁ ଭାରତକୁ ଆସିବନି। କିନ୍ତୁ ଇତି ମଧ୍ୟରେ ବନ୍ଦେ ଭାରତ ମିଶନ ଜରିଆରେ ଚାଲୁଥିବା ବିମାନ ଉଡ଼ାଣ ଭରିପାରିବ। ଏହାପୂର୍ବରୁ ଆନ୍ତର୍ଜାତିକ ଉଡ଼ାଣ ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଡିଜିସିଏ ଆଦେଶ ଦେଇଥିଲା।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ଆନ୍ତର୍ଜାତିକ ବ୍ୟବସାୟିକ ବିମାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେତେବେଳେ ଘରୋଇ ବିମାନ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ହେଲେ ମେ’ ୨୫ରୁ ଘରୋଇ ଉଡ଼ାଣ ପୁଣିଥରେ ଆରମ୍ଭ ହୋଇଥିଲା।