ଫୁଲବାଣୀ,ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଅସମ୍ଭାଳ ଜାଡ଼ରେ ଥରୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି। ଦାରିଙ୍ଗବାଡ଼ିରେ ଗତକିଛିଦିନ ହେଲା ଶୀତର ପ୍ରକୋପ ଜାରି ରହିଛି। ବୁଧବାର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା ୮.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୧୦.୫ ଡ଼ିଗ୍ରି ସେଲସିୟସ ଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ତେବେ ଆଜି ଦାରିଙ୍ଗବାଡ଼ିର ତାପାମାତ୍ରା ହେଉଛି ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା। ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ର ୯ଡିଗ୍ରୀ ରହିଥିଲା। ଦାରିଙ୍ଗବାଡ଼ି ଅଞ୍ଚଳରେ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି। ଅନ୍ୟପକ୍ଷରେ ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ପୁଉଁଥିବାର ଦେଖିବାକୁ ମିଳିଛି। ।