ବିଧାୟକଙ୍କ ଦ୍ୱାରା ପଥପାର୍ଶ୍ୱ ଷ୍ଟ୍ରିଟି ଲାଇଟ ଉଦଘାଟିତ

ଓଲାଭର,ଏନ୍ଏନ୍ଏସ୍: ରାଜକନିକା ବ୍ଲକ ପାରିନୂଆପଡ଼ା ପଞ୍ଚାୟତରେ ପଥପାର୍ଶ୍ୱ ଷ୍ଟ୍ରିଟଲାଇଟ ପ୍ରକଳ୍ପକୁ ଆଳି ବିଧାୟକ ପ୍ରତାପ ଦେବ ଉଦଘାଟନ କରିଛନ୍ତି। ସୂଚନା ଯୋଗ୍ୟ, ରାସ୍ତାର ଏହି ସ୍ଥାନଟି ଅନ୍ଧାର ରହୁଥିବାରୁ ବିଧାୟକ ଉନ୍ନୟନ ପାଣ୍ଠିରୁ ୯ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ୧୪ ଟି ଲାଇଟ ପୋଷ୍ଟ ଲଗାଯାଇଛି। ଏହି ଷ୍ଟ୍ରିଟଲାଇଟ୍ ପ୍ରକଳ୍ପକୁ ବୁଧବାର ସନ୍ଧ୍ୟାରେ ଆଳି ବିଧାୟକ ପ୍ରତାପ ଦେବ ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ପରିନୂଆପଡ଼ା ସରପଞ୍ଚ ପବିତ୍ର ରାଉତ , ସମିତିସଭ୍ୟ ପ୍ରଦ୍ୟୁମ୍ନ ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ , ବିଧାୟକଙ୍କ ପ୍ରତିନିଧି ବିକାଶ ଦାସ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।