ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ରେ ଥିବା ଲୋକକଳା ଭବନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଲୋକକଳା ଭବନ ପରିସରରେ ବିଭିନ୍ନ କିସମର ଶତାଧିକ ବୃକ୍ଷରୋପଣ କରାଯାଇଥିଲା। ପଶ୍ଚିମଓଡ଼ିଶା କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକଙ୍କ ସମେତ ରାଜେଶ ବାରିକ, ଅନିରୁଦ୍ଧ ପାଇକ, ପ୍ରମୋଦ ଦାଶ, ଜିତେନ୍ଦ୍ରୀୟ ସାହୁ, ଡଃ ଡୋଲାମଣି ଶତପଥୀ, ସଦାନନ୍ଦ ଜାଲ, ସମ୍ପାଦକ ଗୋପବନ୍ଧୁ ପୁରୋହିତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।