ଆଉ ୪୩ଟି ଆପସ୍ ବନ୍ଦ କଲେ ସରକାର

ନୂଆଦିଲ୍ଲୀ, ଏଜେନ୍ସି: ଭାରତ ସରକାର ଆଉ ୪୩ଟି ମୋବାଇଲ ଆପସ୍ କୁ ବ୍ଲକ୍ କରିଛନ୍ତି। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ବ୍ଲକ କଲେ କେନ୍ଦ୍ରସରକାର। ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ଥିବାରୁ ଏପରି ନିଷ୍ପତି ନିଆଯାଇଛି। ଆପସ୍ ଗୁଡିକ ମଧ୍ୟରେ ସ୍ନାକ ଭିଡିଓ, କ୍ୟାମ୍ କାର୍ଡ, ୱି ଡେଟ୍ ଏବଂ ରେଲା ଆପସ୍ ଇତ୍ୟାଦି ରହିଛି।