ବରଗଡ଼,ଏନ୍ଏନ୍ଏସ୍: ଝାରବନ୍ଧ ବ୍ଲକ୍ ଜଗଦଲପୁର ପଞ୍ଚାୟତ ବଡ଼ ମହୁଲପାଲି ଗ୍ରାମରେ ୧୯୮୬ ମସିହାରୁ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିବାବେଳେ ଚଳିତବର୍ଷ ଉକ୍ତ ବିଦ୍ୟାଳୟରେ ୧୭ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି । ତେବେ ଉକ୍ତ ପ୍ରାଥମିକ ବିଦ୍ୟାଳୟକୁ ଜଗଦଲପୁର ଟିଓୟୁପି ବିଦ୍ୟାଳୟ ସହ ମିଶ୍ରଣ କରିବାକୁ ସରକାରୀ ଚିଠି ଆସିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। କୋଭିଡ ମହାମାରୀ ଯୋଗୁଁ ବିଦ୍ୟାଳୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଇ ପାରି ନଥିବା ବେଳେ ଏବର୍ଷ ଏହି ସଂଖ୍ୟା ୨୦ ରୁ ଉଦ୍ଧ୍ୱର୍କୁ ପହଞ୍ଚିବ ବୋଲି ଗ୍ରାମବାସୀ କହିଛନ୍ତି ।
ସେହିପରି ଜଗଦଲପୁର ଟିଓୟୁପି ବଡ଼ ମହୁଲପାଲି ସାଢ଼େ ତିନି କିଲୋମିଟର ଦୂର ହେଉଥିବା ସହ କୋମଳମତି ଛାତ୍ରଛାତ୍ରୀ ଏତେ ଦୂର ପାଠ ପଢ଼ି ଯିବା ସମ୍ଭବପର ନୁହେଁ ତେଣୁ ସରକାର ବଡ ମହୁଲପାଲି ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିବା ସହ ଜିଲ୍ଲାପାଲଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।