ନାଗରୋଟାରୁ ୪ ଆତଙ୍କବାଦୀ ନିହତ ପରେ ବୈଷ୍ଣୋଦେବୀରେ ବଢ଼ିଲା ସୁରକ୍ଷାବ୍ୟବସ୍ଥା

ଶ୍ରୀନଗର,ଏନ୍ଏନ୍ଏସ୍: ଜାମ୍ମୁ କାଶ୍ମୀରର ନାଗରୋଟା ଟୋଲ ପ୍ଲାଜା ନିକଟରେ ଗୁରୁବାର ସକାଳୁ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଘଟଣା ପରେ କଟରାସ୍ଥିତ ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି। ବୈଷ୍ଣୋଦେବୀଙ୍କ ନିକଟକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ଓ ଜାମ୍ମୁ କାଶ୍ମୀର ପୁଲିସ ବ୍ୟାପକ ପଦକ୍ଷେପ ହାତକୁ ନେଇଛି। ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଉପରେ କଡ଼ା ନଜର ରଖିଛନ୍ତି।

ଗତକାଲି ହୋଇଥିବା ଏନକାଉଣ୍ଟର ସ୍ଥଳରୁ ଯବାନଙ୍କୁ ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳି ମିଳିଛି। ପରେ ଯବାନମାନେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରିଦେଇ ସୁରକ୍ଷା ବଢ଼ାଇ ଦେଇଥିଲେ।