ଅହମଦାବାଦ,ଏଜେନ୍ସି: ଗୁଜୁରାଟର ଅହମ୍ମଦାବାଦ ଠାରେ କରୋନା ଭୂତାଣୁ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏନେଇ ଗୁଜୁରାଟ ସରକାର ଅହମ୍ମଦାବାଦରେ ଶୁକ୍ରବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ପରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ପର୍ୟ୍ୟନ୍ତ ନଭେମ୍ବର ୨୪ ତାରିଖ ଠାରୁ ପ୍ରତିଦିନ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ଏହି ମଧ୍ୟରେ କେବଳ କ୍ଷୀର ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ମିଳିବ।