୩ ଗଞ୍ଜେଇ ମାଫିଆ ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ପଦ୍ମପୁର ପୁଲିସ ହାବୁଡରେ ପଡିଛନ୍ତି ଆନ୍ତଃ ଜିଲ୍ଲା ଗଞ୍ଜେଇ କାରବାରରେ ସମ୍ପୃକ୍ତ ୩ ସଦସ୍ୟ। ବୁଧବାର ସକାଳ ୫ଟାରେ ପଦ୍ମପୁର ପୁଲିସକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ପଦ୍ମପୁର ଥାନା ଏସ୍ଆଇ ଲଳିତ ମୋହନ ଓ ତାଙ୍କ ଟିମ୍ ପଦ୍ମପୁରସ୍ଥିତ ସୁନାରୀଘାଇ ଛକ ନିକଟରେ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ପାଇଁ ଛପି ରହିଥିଲେ। ଏହି ସମୟରେ ୩ ଜଣ ବ୍ୟକ୍ତି ଏକ ଜରି ବସ୍ତାରେ ୮ କେଜି ୫୬୦ ଗ୍ରାମ ଗଞ୍ଜେଇ ବ୍ରହ୍ମପୁରକୁ ଚୋରା ଚାଲାଣ ପାଇଁ ଆସିଥିଲେ। ପୁଲିସ ୩ ଜଣଙ୍କୁ ପଦ୍ମପୁର ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।