କିର୍ମିରାରେ ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

ଝାରସୁଗୁଡା,କିର୍ମିରା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକରେ ନୂତନ ବ୍ଲକ ଶିକ୍ଷା ଅଧିକାରୀ ଭାବରେ କୁବେର ଚୌଧୁରୀ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ରଘୁନାଥପାଲି ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। କିର୍ମିରା ବ୍ଲକ ଶିକ୍ଷକ ସଙ୍ଘ ନୂତନ ବିଇଓଙ୍କୁ ସ୍ୱାଗତ କରାଯାଇଥିବାବେଳେ କାର୍ଯ୍ୟରତ ବିଇଓ ସତ୍ୟବ୍ରତ ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଶିକ୍ଷକ ସଙ୍ଘର ସଭାପତି ଶଶିକାନ୍ତ ନାଏକ, ସମ୍ପାଦକ ନବୀନ କିଶୋର ନାଏକ, ନିତ୍ୟାନନ୍ଦ ଜଗତ, ରବୀନ୍ଦ୍ର କୁମାର ସିଂ, ଗୁଣମଣି ପଟେଲ, କରୁଣାସାଗର ପଟେଲ ପ୍ରମୁଖଙ୍କ ସହ ସିଆରସିସି କର୍ମଚାରୀମାନେ ଉପସ୍ଥିତ ଥିଲେ।