ନୂଆଦିଲ୍ଲୀ: ବିହାରର ଶିକ୍ଷାମନ୍ତ୍ରୀ ମେବାଲାଲ ଚୌଧୁରୀ ପଦ ସମ୍ଭାଳିବାର ୨ ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଛନ୍ତି। ବିହାରର ରାଜ୍ୟପାଳ ଫାଗୁ ଚୌହାନ ମଧ୍ୟ ମେବାଲାଲଙ୍କ ଇସ୍ତଫା ସ୍ୱୀକାର କରିନେଇଛନ୍ତି।
ସୂଚନାଯୋଗ୍ୟ, କୃଷି ବିଶ୍ୱବିଦ୍ୟାଳୟର ଭିସି ଥିବାବେଳେ ମେବାଲାଲଙ୍କ ଉପରେ ନିଯୁକ୍ତି ଘୋଟାଲାର ଆରୋପ ଲାଗିଥିଲା। ମେବାଲାଲଙ୍କ ପତ୍ନୀ ତଥା ପୂର୍ବ ବିଧାୟିକା ନୀତା ଚୌଧୁରୀଙ୍କ ମୃତ୍ୟୁ ଗତବର୍ଷ ହୋଇଥିଲା। ପୂର୍ବ ଆଇପିଏସ ଅମିତାଭ ଦାସ ଆରୋପ ଲଗାଇଛନ୍ତି ଯେ, ଏହି ମାମଲାର ତା’ର ନିଯୁକ୍ତି ଘୋଟାଲ ସହିତ ଜଡ଼ିତ ହୋଇପାରେ।
ମେବାଲାଲ ଇସ୍ତଫା ଦେବା ପରେ ବିରୋଧୀ ଦଳ ପୁଣିଥରେ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଟ୍ୱିଟ କରି କହିଛନ୍ତି ଯେ, କେବଳ ଇସ୍ତଫା ଦେଲେ ଚଳିବ ନାହିଁ।