ଦିଲ୍ଲୀରେ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା

ଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀରେ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା ଭରିବାକୁ ପଡ଼ିବ। ପ୍ରଥମେ ଏହି ଜୋରିମାନା ୫ ଶହ ଟଙ୍କା ଥିଲା ଯାହାକି ଏବେ ୪ଗୁଣା ବଢ଼ିଯାଇଛି। ଏନେଇ କେଜ୍ରିୱାଲ ଆଜି ସୂଚନା ଦେଇଛନ୍ତି। ବଢ଼ୁଥିବା କରୋନା ମାମଲା ଯୋଗୁ କେଜ୍ରିୱାଲ ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୭,୪୮୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାବେଳେ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଯାଇଛି।