ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ହଟାଇ ଅଡୁଆରେ ଟ୍ୱିଟର

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁବାର ବିଳମ୍ୱିତ ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଟ୍ୱିଟର ଆକାଉଣ୍ଟରେ ଥିବା ପ୍ରୋଫାଇଲ ଫଟୋକୁ ହଟାଇ ଦେଇଥିଲା ଟ୍ୱିଟର। କେହି ଜଣେ କପି ରାଇଟ୍ କ୍ଲେମ୍ କରିବା ପରେ ଟ୍ୱିଟର ଏଭଳି ପଦକ୍ଷେପ ନେଇଥିଲା ବୋଲି କୁହାଯାଉଛି। ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ପୁଣିଥରେ ଟ୍ୱିଟର ସୋସିଆଲ ମିଡିଆରେ ଶାହଙ୍କ ଫଟୋ ଲଗାଇ ଦେଇଛି। ଯଦି କପି ରାଇଟ୍ କ୍ଲେମ୍ କଥା ସତ ହୁଏ ତାହେଲେ କିଏ ସିଏ ଯିଏ ଶାହଙ୍କ ଫଟୋ ଉପରେ କପି ରାଇଟ୍ କ୍ଲେମ୍ କରିଥିଲା ତାହା ଏବେ ବଡ଼ ପ୍ରଶ୍ନ।

ସେହିପରି କିଛିଦିନ ତଳେ ଟୁଇଟର ଇଣ୍ଡିଆ ପକ୍ଷରୁ ଲଦାଖକୁ ଜାମ୍ମୁ କାଶ୍ମୀରର ଅଂଶ ବୋଲି ଦେଖାଇଥିଲା। ଏହି ଘଟଣା ପରେ ଟ୍ୱିଟର ଇଣ଼୍ଡିଆ କ୍ଷମା ମାଗିଥିଲା। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହ ହେଉଛନ୍ତି ଟ୍ୱିଟରରେ ଦ୍ୱିତୀୟ ଲୋକପ୍ରିୟ ବ୍ୟକ୍ତିତ୍ୱ। ଯାହାଙ୍କୁ ୨୩.୬ ମିଲିୟନ ୟୁଜର ଲୋକ ଅନୁସରଣ କରୁଥିବା ବେଳେ ସେ ୨୯୬ ଲୋକଙ୍କୁ ଅନୁସରଣ କରୁଛନ୍ତି।