ନ୍ୟୁୟର୍କ,ଏଜେନ୍ସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି। ଓବାମା କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ଅଧୈର୍ଯ୍ୟ ଏବଂ ଅପରିପକ୍ୱ ବ୍ୟକ୍ତିତ୍ୱ। ଯିଏକି ସ୍କୁଲରେ ପାଠ ପଢ଼ି ସାରିଛନ୍ତି। ହେଲେ ଏହି ପାଠକୁ ଆୟତ୍ତ କରିବା ପାଇଁ ଆବଶ୍ୟକ ଉତ୍ସାହ ରାହୁଲଙ୍କ ପାଖରେ ନାହିଁ। ସେହିପରି ପାଠ ପଢ଼ିଛନ୍ତି ହେଲେ ଶିକ୍ଷକଙ୍କୁ ପ୍ରଭାବିତ ବା ଇମ୍ପ୍ରେସ କରିବା ପାଇଁ ଯୋଗ୍ୟତା ରଖି ନାହାନ୍ତି। ଅର୍ଥାତ୍ ଦକ୍ଷତା ଏବଂ ଉତ୍ସାହର ଅଭାବ ରହିଛି ବୋଲି ବାରାକ ଓବାମା ନିଜ ଆତ୍ମଜୀବନୀ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକରେ ଲେଖିଛନ୍ତି।
ନ୍ୟୁୟର୍କ ଟାଇମ୍ସ ଦ୍ୱାରା ସମୀକ୍ଷା କରାଯାଇଥିବା ଏହି ବହିରେ ରାହୁଲ ଗାନ୍ଧୀଙ୍କ ଉପରେ ବାରାକ ଓବାମା ଲେଖିଥିବା ଏହି ଉପରୋକ୍ତ ମନ୍ତବ୍ୟଟି ଲେଖା ହୋଇଛି। ଓବାମା ଏହି ବହିରେ ବିଶ୍ୱର ଅନେକ ନେତାଙ୍କ ବାବଦରେ ଟିପ୍ପଣୀ କରିଛନ୍ତି।