Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗଣପତି ବାବା ମୋରିଆ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗଣପତି ବାବା ମୋରିଆ

ଗଣେଶ ଟୋକ ମନ୍ଦିର, ଗ୍ୟାଙ୍ଗଟକ୍
ଗ୍ୟାଙ୍ଗଟକ୍ରେ ଅବସ୍ଥିତ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନଗୁଡ଼ିକ ମଧ୍ୟରୁ ଗଣେଶ ଟୋକ ମନ୍ଦିର ଅନ୍ୟତମ। ଗ୍ୟାଙ୍ଗଟକ୍ ଟିଭି ଟାୱାର ନିକଟସ୍ଥ ଏକ ପର୍ବତର ଶୀର୍ଷରେ ଅବସ୍ଥିତ ଏହି ମନ୍ଦିର। ଏହା ମଧ୍ୟ ସିକ୍କିମର ଅନ୍ୟତମ ଲୋକପ୍ରିୟ ଶୈଳନିବାସ। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଲାଭ କରିବା ସହିତ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି।

ଗଣପତି ପୁଲେ ମନ୍ଦିର, ରତ୍ନଗିରି
ମହାରାଷ୍ଟ୍ରରେ ଗଣେଶ ପୂଜା ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ସେହି କାରଣରୁ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ମହାରାଷ୍ଟ୍ରରେ ଗଣେଶ ମନ୍ଦିର ସବୁଠୁ ଅଧିକ। ମହାରାଷ୍ଟ୍ରର ପ୍ରାଚୀନ ଗଣେଶ ମନ୍ଦିରଗୁଡ଼ିକ ମଧ୍ୟରୁ ରତ୍ନଗିରିସ୍ଥିତ ଗଣପତି ପୁଲେ ମନ୍ଦିର ଅନ୍ୟତମ। ସାଧାରଣତଃ ଅନ୍ୟାନ୍ୟ ମନ୍ଦିରର ଗଣେଶ ପ୍ରତିମାଙ୍କ ମୁହଁ ପୂର୍ବ ଦିଗକୁ ହୋଇଥିବାବେଳେ ଏହି ମନ୍ଦିରର ଗଣେଶ ମୂର୍ତ୍ତିର ମୁହଁ ପଶ୍ଚିମ ଦିଗକୁ ହୋଇଛି। ଏହା ହିଁ ଏହି ମନ୍ଦିରର ବିଶେଷତ୍ୱ। ଏହି ମନ୍ଦିରର ପ୍ରତିମା ସ୍ଥାପନ କରାଯାଇ ନାହିଁ ବରଂ ସ୍ୱୟଂ ଆବିର୍ଭାବ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ମନ୍ଦିରକୁ କେନ୍ଦ୍ର କରି ଏକ କିମ୍ବଦନ୍ତୀ ରହିଛି। ଥରେ ଏହି ଅଞ୍ଚଳର ଜଣେ ଗଉଡ଼ର ଗାଈ କ୍ଷୀର ଦେବା ବନ୍ଦ କରିଦେଲା। ଏହାର କାରଣ ଜାଣିବାକୁ ଗଉଡ଼ ଜଣକ ଗାଈ ପଛେ ପଛେ ଯାଇ ଦେଖିଲା, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଈଟି ଠିଆ ହେବା ପରେ ତା’ ପହ୍ନାରୁ ଆପେ ଆପେ କ୍ଷୀର ଝରୁଛି। ପରବର୍ତ୍ତୀ ସମୟରେ ଗାଈ କ୍ଷୀର ପଡ଼ୁଥିବା ସ୍ଥାନରୁ ଗଣେଶଙ୍କର ଏକ ପଥର ମୂର୍ତ୍ତି ଫୁଟି ବାହାରିଥିବା ଲୋକମାନେ ଦେଖିଲେ। ସେହିଦିନଠାରୁ ସ୍ଥାନଟିକୁ ଏକ ପବିତ୍ର ସ୍ଥାନ ବୋଲି ଘୋଷଣା କରାଯିବା ସହ ମାଟି ତଳୁ ବାହାରିଥିବା ପଥର ମୂର୍ତ୍ତିକୁ ପୂଜାର୍ଚ୍ଚନା କଲେ। ପରବର୍ତ୍ତୀ ସମୟରେ ସେଠାରେ ମନ୍ଦିର ଗଢ଼ିଉଠିଲା। ମନ୍ଦିରଟି ଏକ ବିଶେଷ ଶୈଳୀରେ ନିର୍ମିତ ହୋଇଛି, ଯାହାଦ୍ୱାରା ଫେବ୍ରୁଆରୀ ଏବଂ ନଭେମ୍ବର ମାସରେ ସୂର୍ଯ୍ୟ ଉଦୟ ହେବା ମାତ୍ରେ ଗଣେଶଙ୍କ ପ୍ରତିମା ଉପରେ କିରଣ ପଡ଼ୁଛି।

ରକ୍ଫୋର୍ଟ ଉଚ୍ଚି ପିଲାର୍ କୋଇଲ୍ ମନ୍ଦିର, ତାମିଲନାଡ଼ୁ
ଏହି ମନ୍ଦିରଟି ତାମିଲନାଡ଼ୁର ତିରୁଚିରାପଲ୍ଲୀ ସହର ନିକଟସ୍ଥ ଏକ ପର୍ବତର ଶିଖରରେ ଅବସ୍ଥିତ। ଏହି ମନ୍ଦିର ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। କଥିତ ଅଛି, ରାବଣକୁ ମାରିବା ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପ୍ରଭୁ ରଙ୍ଗନାଥଙ୍କର ଏକ ମୂର୍ତ୍ତି ବିଭୀଷଣଙ୍କୁ ଉପହାର ଦେଇଥିଲେ ଓ କହିଥିଲେ ଯେ, ଲଙ୍କାରେ ପହଞ୍ôଚବା ପର୍ଯ୍ୟନ୍ତ ମୂର୍ତ୍ତିଟିକୁ ଯେମିତି ଭୂମିରେ ନ ରଖନ୍ତି। ଯଦି ଭୂମିରେ ମୂର୍ତ୍ତି ରଖିବେ, ତା’ହେଲେ ପରେ ସେଠାରୁ ଉଠାଇ ପାରିବେ ନାହିଁ। ବିଭୀଷଣ ଯେହେତୁ ରାବଣର ଭାଇ, ତେଣୁ ଦେବତାମାନେ ଚାହିଁଲେ ନାହିଁ ମୂର୍ତ୍ତିଟିକୁ ସେ ଲଙ୍କାକୁ ନେଇଯାଆନ୍ତୁ। ତେଣୁ ଦେବତାମାନେ ଛଳ କରି ଗଣେଶଙ୍କୁ ପଠାଇଲେ। ବିଭୀଷଣ ଲଙ୍କା ଫେରିବା ବାଟରେ କାବେରୀ ନଦୀ ପଡ଼ିବାରୁ ସ୍ନାନ କରିବାକୁ ମନ ବଳାଇଲେ। ମାତ୍ର ମୂର୍ତ୍ତିଟିକୁ ଭୂମି ଉପରେ ରଖିଲେ ଅସୁବିଧା। ଏତିକିବେଳେ ଗଣେଶ ଜଣେ ଗାଈଚରାଳି ରୂପରେ ତାଙ୍କ ସାମ୍ନାରେ ଉଭା ହେଲେ। ବିଭୀଷଣ ସ୍ନାନ ସାରି ଫେରିବା ପର୍ଯ୍ୟନ୍ତ ସେ ମୂର୍ତ୍ତିଟିକୁ ଧରି ରଖିବେ ବୋଲି ପ୍ରତିଶ୍ରୁତି ଦେଲେ। ମାତ୍ର ବିଭୀଷଣ ସ୍ନାନ ସାରି ଫେରିବାବେଳକୁ ଗଣେଶ ମୂର୍ତ୍ତିଟିକୁ ତଳେ ରଖିଦେଇଥିଲେ। ମୂର୍ତ୍ତିଟିକୁ ଲଙ୍କା ନେଇଯିବାରେ ବିଫଳ ହୋଇ ବିଭୀଷଣ ଗାଈଆଳ ବାଳକ ବେଶରେ ଥିବା ଗଣେଶଙ୍କୁ ମାରିବାକୁ ଉଦ୍ୟତ ହେଲେ। ନିଜ ରୂପରେ ଉଭା ହେଲେ ଗଣେଶ। ଏହାପରେ ବିଭୀଷଣ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚି ପିଲାର ମନ୍ଦିରରେ ଗଣେଶ ପୂଜା ପାଇଲେ ଓ ରଙ୍ଗନାଥଙ୍କ ମୂର୍ତ୍ତି ଥିବା ସ୍ଥାନରେ ରଙ୍ଗନାଥ ସ୍ୱାମୀ ମନ୍ଦିର ପ୍ରତିଷ୍ଠା ହେଲା।
ପଞ୍ଚମା ସିଦ୍ଧ ଗଣେଶ ମନ୍ଦିର, ପଞ୍ଚମା
ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପଞ୍ଚମା ଗ୍ରାମ (ବ୍ରହ୍ମପୁରଠାରୁ ୧୨ କିଲୋମିଟର)ରେ ରହିଛି ପ୍ରଭୁ ସିଦ୍ଧ ଗଣେଶଙ୍କ ପ୍ରସିଦ୍ଧ ମନ୍ଦିର। ଏହି ମନ୍ଦିରଟି ପାଞ୍ଚ ଶହ ବର୍ଷ ପୁରୁଣା ବୋଲି କୁହାଯାଏ। ମନ୍ଦିର କେବେ କିଏ ଓ କାହିଁକି ନିର୍ମାଣ କରିଥିଲା ତା’ର ନିର୍ଦ୍ଦିଷ୍ଟ ପ୍ରମାଣ ମିଳେ ନାହିଁ। ତେବେ ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ ଏଠାରେ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ ବୋଲି କୁହାଯାଏ। ପୁରୁଷୋତ୍ତମ ଦେବ କାଞ୍ôଚ ଅଭିଯାନରେ ଯିବାବେଳେ ଭୈରବୀ ପୀଠରେ ଗୋଟିଏ ରାତ୍ରି ଯାପନ କରିଥିଲେ। ରାତିରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା – ଜଙ୍ଗଲ ଭିତରେ ଥିବା ଠାକୁରଙ୍କୁ ପୂଜାର୍ଚ୍ଚନା ବିନା ସେ ଏହି ସ୍ଥାନ ଛାଡ଼ି ଯିବେ ନାହିଁ। ପରଦିନ ସକାଳେ ସୈନ୍ୟସାମନ୍ତ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜା ଜଙ୍ଗଲରେ ବୁଲି ବୁଲି ବର, ଅଶ୍ୱତ୍ଥ ବୃକ୍ଷ ମଧ୍ୟରେ ଏକ ହୁଙ୍କା ଠାବ କଲେ। ସେହି ହୁଙ୍କା ଉପରେ ଜଳ ଢାଳି ପରିଷ୍କାର କରିବା ପରେ ସେଠାରୁ ଏକ ଗଣେଶ ମୂର୍ତ୍ତି ପାଇଥିଲେ। ପରେ ରାଜା ସେଠାରେ ମନ୍ଦିର ନିର୍ମାଣ କରିବା ସହିତ ଠାକୁରଙ୍କ ପୂଜାର୍ଚ୍ଚନା କରିବା ପାଇଁ ପାଞ୍ଚଟି ପରିବାର ସେଠାରେ ରଖାଇଥିଲେ। ସେବେଠାରୁ ସିଦ୍ଧ ଗଣେଶ ପ୍ରତ୍ୟକ୍ଷ ଦେବତା ଭାବେ ଏଠାରେ ପୂଜିତ ହୋଇଆସୁଛନ୍ତି। ଗଣେଶ ଚତୁର୍ଥୀରେ ଏଠାରେ ପ୍ରବଳ ଜନ ସମାଗମ ହୋଇଥାଏ।