ବାଇଡେନଙ୍କୁ ଅଭିନନ୍ଦନ ଜଣାଇବ ନାହିଁ ଚୀନ୍

ବେଜିଂ,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନଥିବାରୁ ନିର୍ବାଚିତ-ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କରିଛି ଚୀନ୍। ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନ୍ ବିନ୍ ବେଜିଂ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେରିକାର ଆଇନ ଓ ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ ଫଳାଫଳ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଏହାଛଡା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମତଦାନର କେତେକ ଆଇନଗତ ଦିଗକୁ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆହୁରି କହିଛନ୍ତି, ଆମର ଏହି ମତାମତ ସହ ଆମେରିକାର ନୂଆ ସରକାର ଏକମତ ହେବେ ବୋଲି ଆମେ ଆଶା କରୁଛୁ। କେବଳ ଚୀନ୍ ନୁହେଁ ରୁଷିଆ ଓ ମେସ୍କିକୋ ମଧ୍ୟ ନିର୍ବାଚିତ-ରାଷ୍ଟ୍ରପତି ବାଇଡେନଙ୍କୁ ଅଭିନନ୍ଦନ ଜଣାଇନାହାନ୍ତି। ସୋମବାର ଦିନ ରୁଷିଆ ପକ୍ଷରୁ କୁହାଯାଇଛି, ଆମେରିକା ରାଷ୍ଟ୍ରପତି ନିର୍ବାଚନର ଔପଚାରିକ ଫଳାଫଳ ଘୋଷଣା ହେବା ପରେ ସେମାନେ ଏହି ଫଳାଫଳ ଉପରେ ମନ୍ତବ୍ୟ ଦେବେ।