ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ୍ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଆମେରିକା ନିର୍ବାଚନରେ ବିଜୟୀ ହୋଇଥିବା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ତାଙ୍କ ଝିଆରୀ କମଳା ହ୍ୟାରିସଙ୍କ ସହ ପୂର୍ବରୁ କାମ କରିସାରିଥିବା ସେ ସୂଚନା ଦେଇଛନ୍ତି। ନିଜ ଟ୍ୱିଟର ପୃଷ୍ଠାରେ ବଡ଼ ଭାଇ ଲକ୍ଷ୍ମଣ ସିହ୍ନାଙ୍କ ଝିଅ ତାଙ୍କ ଝିଆରୀ ପ୍ରୀତାଙ୍କ ସହ କମଳା ହ୍ୟାରିସଙ୍କ ଏକ ଫଟୋ ସେୟାର କରି ଉଲ୍ଲେଖ କରିଛନ୍ତି ଯେ, ହ୍ୟାରିସଙ୍କ ଅଦ୍ଭୁତପୂର୍ବ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା। ଝିଆରୀ ପ୍ରୀତା ନିଜ ୟୁଥ୍ ଟିମ୍ ସହ କମଲା ହ୍ୟାରିସଙ୍କ ସହ କାର୍ଯ୍ୟ କରି ସାରିଛନ୍ତି। ଆମେରିକା ନିର୍ବାଚନ ପାଇଁ ଭାରତୀୟ ଅନେକ ଉତ୍ସୁକ ଥିଲେ। ତେବେ ତାଙ୍କ ବିଜୟ ଭାରତୀୟଙ୍କୁ ଗର୍ବିତ କରିୁଥିବା ଶ୍ରୀ ସିହ୍ନା ଟ୍ୱିଟ୍ କରି କହିଛନ୍ତି।