Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରାପ୍ୟରୁ ବଞ୍ଚିତ ଟେରାକୋଟା କାରିଗର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରାପ୍ୟରୁ ବଞ୍ଚିତ ଟେରାକୋଟା କାରିଗର

କେନ୍ଦୁଝର(ଶରତ ଦାସ): କୋଡ଼ିଏ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଘଟଗାଁ ରାସ୍ତାରେ ପଡ଼େ ଗଦାଧରପୁର ଗ୍ରାମ ପଞ୍ଚାୟତର ବାଟହରିଚନ୍ଦନପୁର। ସେଠାରେ ରହିଛି ଟେରାକୋଟା ଚିତ୍ରକଳା ବିକ୍ରୟ କେନ୍ଦ୍ର, ଯାହା ଉପରେ ସିଧାସଳଖ ଭାବେ ୨୫୦ରୁ ଅଧିକ କାରିଗର ନିର୍ଭର କରୁଛନ୍ତି। କିନ୍ତୁ ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ କାରିଗରମାନେ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ପାଇ ପାରୁନାହାନ୍ତି।
ଏହି ହସ୍ତ୍ରଶିଳ୍ପ ଉପରେ ଗଦାଧରପୁର ପଞ୍ଚାୟତର ହଳଧରପୁରର ୧୫୦ ଓ ବାଟ ହରିଚନ୍ଦନପୁର ଗ୍ରାମର ୧୦୦ରୁ ଅଧିକ କାରିଗର ଜୀବନଜୀବିକା ପାଇଁ ନିର୍ଭର କରୁଛନ୍ତି। ସେମାନେ ନିକଟସ୍ଥ ଜଙ୍ଗଲ ଓ ନିଜର ଚାଷ ଜମିରୁ କେଲୁଆ ଚିକିଟାମାଟି ଆଣି ଟେରାକୋଟା ହସ୍ତକର୍ମ କରିଆସୁଛନ୍ତି। କଞ୍ଚାମାଟିରେ ପ୍ରସ୍ତୁତ ସାମଗ୍ରୀକୁ ସ୍ୱତନ୍ତ୍ର ଭାଟିରେ ପୋଡ଼ିବା ପରେ ରଙ୍ଗ କରାଯାଇ କଳାକୃତି ତିଆରି କରିଆସୁଛନ୍ତି ଏମାନେ। ଟେରାକୋଟା କାମର ଘୋଡ଼ା, ହାତୀ, ବାଘ, ସିଂହ, ଝୁଣାଦାନୀ, ଫୁଲଦାନୀ, ମାଂସହାଣ୍ଡି, ପାଣି ଫିଲଟର, ସୁରେଇ, ଚୂଲା, ଫୁଲକୁଣ୍ଡ, ବିଭିନ୍ନ ପ୍ରକାର ମୂର୍ତ୍ତି, କୁମ୍ପି, ବେଡ୍ଲ୍ୟାମ୍ପ, ଟି-ଷ୍ଟାଣ୍ଡ ଆଦି ବହୁ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ମାଟି ଜିନିଷଗୁଡ଼ିକ ଉପରେ ଅଏଲପେଣ୍ଟ, ୱାଟରପେଣ୍ଟ ବ୍ୟବହାର କରାଯାଉଛି। ଏବେ କେତେକ ମୂର୍ତ୍ତି ମାର୍ବଲ ଗୁଣ୍ଡକୁ ବ୍ୟବହାର କରି ସୁନ୍ଦର ଭାବେ ତିଆରି କରାଯାଉଛି।
ପାରମ୍ପରିକଭାବେ ଟେରାକୋଟା କାରିଗର ପରିବାରର ମହିଳାମାନେ କଞ୍ଚାମାଟି କାମ କରିବା ପରେ ପୁରୁଷମାନେ ପୋଡ଼ି ଥାଆନ୍ତି। ରଙ୍ଗ ଦେଇ ଫିନିସିଂ କରି ବଜାରରେ ବିକ୍ରୟ କରିଥା’ନ୍ତି। ବାଟହରିଚନ୍ଦନପୁର ଅଞ୍ଚଳର ମା’ ତାରିଣୀ ସ୍ୱୟଂସହାୟିକା ଗୋଷ୍ଠୀର ୧୫ଜଣ ମହିଳା ଓ ପ୍ରାୟ ୧୦ଜଣ ପୁରୁଷ କାରିଗର ମିଶି ଏଠାରେ ଏହି କଳାକୃତି ପ୍ରସ୍ତୁତ କରୁଛନ୍ତି। ଟେରାକୋଟା ଜିନିଷ କେନ୍ଦୁଝର ଜିଲ୍ଲାର ବାଟହରିଚନ୍ଦନପୁର ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ମେଳା ମହୋତ୍ସବକୁ ମଧ୍ୟ ବିକ୍ରୟ ପାଇଁ ପଠାଯାଉଛି। ପୂର୍ବରୁ ରାଜ୍ୟ ବାହାରର ବିଳାସପୁର, ନାସିକ, ଭିଲାଇ ପ୍ରଭୃତି ସ୍ଥାନରେ ହେଉଥିବା ମେଳା ମହୋତ୍ସବକୁ ଏସବୁ ଜିନିଷ ଯାଉଥିଲା। ଏବେ କିନ୍ତୁ ବିଭିନ୍ନ କାରଣରୁ ଏହା ସେଠାକୁ ଯାଇପାରୁନି। ବାଟହରିଚନ୍ଦନପୁରସ୍ଥିତ ଟେରାକୋଟା ଶୋରୁମ୍ରେ ମାସକୁ ୧୫/୨୦ ହଜାର ଟଙ୍କାର ମାତ୍ର ବେପାର ହୋଇଥାଏ ବୋଲି କୁହନ୍ତି ବାଟହରିଚନ୍ଦନପୁର ଟେରାକୋଟା କାମର ମୁଖ୍ୟ କାରିଗର ଡିଜାଇନର ତଥା ସେଲର ଅମରେନ୍ଦ୍ର ସାହୁ। ଆବଶ୍ୟକ ପ୍ରୋତ୍ସାହନର ଅଭାବ ଥିଲେ ମଧ୍ୟ ମା’ ତାରିଣୀ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ଏବଂ ଅନ୍ୟ କାରିଗରମାନେ ଟେରାକୋଟା କାମରୁ ପଛେଇ ଯାଇନାହାନ୍ତି। ନିଜ ଗୁଜୁରାଣ ମେଣ୍ଟାଇବାକୁ ଟେରାକୋଟା ତିଆରି ଜିନିଷ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ୨ଟି ଗ୍ରାମର ଲୋକେ। ଏଭଳି ସୁନ୍ଦର କଳାକୃତି ତିଆରି କରି ଜିଲ୍ଲା ତଥା ରାଜ୍ୟର ସୁନାମ ବଢ଼ାଇଥିବା ସମସ୍ତ କଳାକାରମାନଙ୍କ ପାଇଁ ଭତ୍ତା ମିଳିପାରିନି। ଅନେକ ଅଭାବ ଅସୁବିଧା ଥିଲେ ମଧ୍ୟ ଟେରାକୋଟା କାମ ବନ୍ଦ ହୋଇନି। ଥକି ପଡ଼ିନାହାନ୍ତି ଏହାକୁ ତିଆରି କରୁଥିବା ଲୋକେ। ବର୍ତ୍ତମାନ ଜାଳେଣି କାଠର ଅଭାବ ଦେଖା ଦେଉଥିବାରୁ ଗ୍ୟାସ୍ ଭାଟିର ଆବଶ୍ୟକତା ରହିଛି। ମାଟି ଜିନିଷଗୁଡ଼ିକୁ ସୁ୍ନ୍ଦର ଗଢ଼ିତୋଳିବା ପାଇଁ ୱାର୍କଶପ୍ର ଆବଶ୍ୟକତା ରହିଛି। ଭଲ ଚିକିଟା ମାଟି ଆବଶ୍ୟକତା ରହିଛି। ମାର୍କେଟିଂ ପାଇଁ ସରକାରୀ ପ୍ରୋତ୍ସାହନର ନିହାତି ଆବଶ୍ୟକତା ରହିଛି। ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ବେଢ଼ାରେ ଏକ ବିକ୍ରୟ କେନ୍ଦ୍ର ପାଇଁ ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରୁନାହିଁ।