Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କାମରେ ଲାଗୁନି ସୁନ୍ଦରୀ ସେତୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କାମରେ ଲାଗୁନି ସୁନ୍ଦରୀ ସେତୁ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଧୋୟାଞ୍ଚଳକୁ ପଟ୍ଟାମୁଣ୍ଡାଇ ସହିତ ଯୋଗାଯୋଗ କରିବା ନିମନ୍ତେ କେତୁଆପାଳ-ପାଳିମୀ ରାସ୍ତାର ସୁନ୍ଦରୀଛକ ନିକଟରେ ୨୦୦୬ ମସିହାରେ ୪ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଆପ୍ରୋଚ ରୋଡ୍ କାର୍ଯ୍ୟ ସରି ନଥିବାରୁ ଏହା ଏଯାଏ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଅପରପକ୍ଷରେ ଏହି ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ଘଟୁଥିବାରୁ ଗମନାଗମନ, ସ୍ୱାସ୍ଥ୍ୟ ସେବା ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସଦର ମହକୁମାଠାରୁ ୨୫ କିଲୋମିଟର ଦୂରରେ ଥିବା ଆଳି ଧୋୟାଞ୍ଚଳରେ ୧୦ ପଞ୍ଚାୟତର ପ୍ରାୟ ୭୦ ହଜାର ଜନସାଧାରଣ ବସବାସ କରୁଛନ୍ତି। ଧୋୟାଞ୍ଚଳବାସୀଙ୍କୁ ଜିଲ୍ଲା ସଦର ମହକୁମାକୁ ଯିବାପାଇଁ ହେଲେ ସେମାନଙ୍କୁ ପ୍ରାୟ ୬୦ କିଲୋମିଟର ରାସ୍ତା ଯିବାକୁ ପଡ଼ୁଛି। ତେଣୁ ଧୋୟାଞ୍ଚଳବାସୀଙ୍କୁ ସଦର ମହକୁମା ସହିତ ଯୋଗାଯୋଗର ସୁବିଧା ଯୋଗାଇ ଦେବା ନିମନ୍ତେ କେତୁଆପାଳ-ପାଳିମୀ ରାସ୍ତାର ସୁନ୍ଦୁରି ଛକ ଠାରେ କାଣୀ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେତୁ ନିର୍ମାଣ କାର୍ଯ୍ୟ ପ୍ରାୟ ଦେଢ଼ ବର୍ଷ ହେବ ସରି ଯାଇଛି। କିନ୍ତୁ ସେତୁର ଦୁଇ ପାଶ୍ୱର୍ରେ ଆପ୍ରୋଚ ରୋଡ୍ ନିର୍ମାଣ କାର୍ଯ୍ୟ ପ୍ରାୟ ଦେଢ଼ ବର୍ଷ ହେବ ଚାଲିଛି। ଅନ୍ୟ ପକ୍ଷରେ ନିର୍ମାଣଧିନ ଥିବା ଏହି ଆପ୍ରୋଚ ରୋଡ ବର୍ଷାରେ କିଛି ଧୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ନିର୍ମାଣ ହେଲେ ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତର କୁସୁମି, ଗୁଣୁଦିଆ, ନାଟରା ଗ୍ରାମ ସହିତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ, ନୂଆପାଟଣା ସମେତ ଅଧିକାଂଶ ଗ୍ରାମବାସୀ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଓ ସିଂହପୁର ସହିତ ସିଧାସଳଖ ଯୋଗାଯୋଗ କରିପାରିବେ। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଧୋୟାଞ୍ଚଳବାସୀ ଜିଲ୍ଲା ସଦର ମହକୁମାକୁ ସିଧାସଳଖ ଭାବେ ଯାତାୟତ କରିପାରିବା ସହିତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକମାନେ ମଧ୍ୟ ଯାଜପୁରକୁ ଏହି ରାସ୍ତାଦେଇ ଯାଇପାରିବେ। ପୋଲ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଘଟୁଥିବାରୁ ଅଞ୍ଚଳର ବାଳିକା ହାଇସ୍କୁଲ ଧାନଖାଇ, କୁସୁମି ଜନକଲ୍ୟାଣ ହାଇସ୍କୁଲ, ବ୍ରାହ୍ମଣୀ କଲେଜ ଦାଣ୍ଡିସାହି, ଖରସ୍ରୋତା କଲେଜ ସିଂହପୁରରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଲୋକମାନେ ସ୍ୱାସ୍ଥ୍ୟସେବା ନିମନ୍ତେ ଗୋବିନ୍ଦପୁର ମେଡିକାଲ ଓ ଆଳି ମେଡିକାଲକୁ ଯିବାଆସିବାରେ ମଧ୍ୟ ଘୋର ଅସୁବିଧା ଭୋଗୁଛନ୍ତି। ସେହିପରି ସେତୁ ନିର୍ମାଣ ବିଳମ୍ବ ଯୋଗୁ ବ୍ୟାଙ୍କ, ପୋଷ୍ଟଅଫିସ, ତହସିଲ, ବ୍ଲକ, ଥାନା, କୋର୍ଟ ଆଦି ବିଭିନ୍ନ ସରକାରୀ କାର୍ଯ୍ୟପାଇଁ ଆଳି ଗଲାବେଳେ ଯେଉଁ ଅସୁବିଧା ଭୋଗ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଏହି ସେତୁ ନିର୍ମାଣ କରୁଥିବା ଠିକାଦାର ଜଣକ କିଛିଦିନ କାର୍ଯ୍ୟ କରିବା ପରେ କୌଣସି କାରଣ ବସତଃ ଏହି ଅଧାରୁ ପଳାଇଥିଲେ। ପରବର୍ତ୍ତୀ ସମୟରେ ଏହାର କାମ ଆରମ୍ଭ ହୋଇ ୨୦୧୮ ଏପ୍ରିଲରେ ଶେଷ ହୋଇଥିଲା। ଅପରପକ୍ଷରେ ସେତୁ ନିର୍ମାଣ ସମୟରେ ସାଧାରଣ ଲୋକଙ୍କ ଯାତାୟତ ନିମନ୍ତେ ୨୦୧୭ ମସିହାରେ କେନ୍ଦ୍ରାପଡ଼ାର ତତ୍କାଳୀନ ସାଂସଦ ବାଉଁଶ ପୋଲ ନିର୍ମାଣ କରାଇଥିଲେ। ଯାହା ଫଳରେ ସ୍ଥାନୀୟ ଲୋକମାନେ ବାଉଁଶ ପୋଲ ନିର୍ମାଣ କରି ଏହା ଉପରେ ଯାତାୟତ କରିପାରିଥିଲେ। କିନ୍ତୁ ବାଉଁଶ ପୋଲଟି ଧୀରେଧୀରେ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ୨୦୧୮ ମସିହା ବନ୍ୟାରେ ତାହା ଭାସି ଯାଇଥିଲା। ପୁନର୍ବାର ସେହି ସ୍ଥାନରେ ଏକ ବାଉଁଶପୋଲ ନିର୍ମାଣ ସରିଛି। ଏ ସମ୍ପର୍କରେ ଗ୍ରାମ୍ୟଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ମହାଳିକଙ୍କୁ ପଚାରିବାରୁ ସେ କହିଲେ ଯେ, ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇସାରିଛି। ଆପ୍ରୋଚ ରୋଡ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ବିଳମ୍ବ ହେବାରୁ ଆପ୍ରୋଚ ରୋଡ କାର୍ଯ୍ୟ ବିଳମ୍ବ ହୋଇଥିଲା। ଏବେ ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ଚାଲୁରହିଛି।