ମଶାଧୂପରୁ ନିଆଁ ଲାଗି ୩ ଓଏସଏପି ଯବାନ ଗୁରୁତର

ଭଦ୍ରକ,ଏନ୍ଏନ୍ଏସ୍: ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ(ଓଏସଏପି)ର ୩ ଜଣ ଯବାନ ଆଜି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଭଦ୍ରକରେ ଏପରି ଅଭାବନୀୟ ଘଟଣା ଘଟିଛି। ଗୁରୁତରମାନେ ହେଲେ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ୩ ଓଏସଏପି ଯବାନ।

ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ୩ ଯବାନ ବାରିପଦା ୫ମ ବାଟାଲିୟନର ବୋଲି ସୂଚନା ମିଳିଛି। ରାତିରେ ଶୋଇଥିବା ବେଳେ ମଶାଧୂପରୁ ନିଆଁ ଲାଗି ଏପରି ପରିସ୍ଥିତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।