୧୯ରୁ ୟୁଜିସି ନେଟ୍ ପରୀକ୍ଷା ଦେଶ- ବିଦେଶ By Nitidin On Nov 9, 2020 Share ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ୟୁଜିସି ନେଟ୍ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ଅନୁଷ୍ଠିତ ହେବ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀ ୱେବସାଇଟ୍ (www.csirnet.nta.nic.in)ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ଚଳିତ ବର୍ଷ ୫ଟି ବିଷୟରେ ୨,୬୨,୬୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଛନ୍ତି। ଏହି ପରୀକ୍ଷା ଅନଲାଇନରେ କରାଯିବ। କୋଭିଡ୍ କଟକଣାକୁ ପାଳନ କରି ପରୀକ୍ଷା କରାଯିବ। ଏନେଇ ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ମାସ୍କ ପରିଧାନ କରିବା ସହ ସାଥିରେ ସାନିଟାଇଜର, ପେନ୍ ଓ ପାଣି ବୋତଲ ନେଇ ଯିବେ। ସେହିପରି ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ସହିତ ପରୀକ୍ଷାର ଆୟୋଜନ କରାଯାଇଛି। Share