ଆଲମ ନଗର ରେଳଷ୍ଟେସନର ନାମ ବଦଳାଇ ବୁଦ୍ଧେଶ୍ୱର ଧାମ ରେଳଷ୍ଟେସନ କରାଯାଉ: ବିଜେପି ସାଂସଦ

ଲଖନଉ,ଏଜେନ୍ସି: ଆଲମ ନଗର ରେଳଷ୍ଟସନର ନାମ ପରିବର୍ତ୍ତନ କରାଯାଇ ବୁଦ୍ଧେଶ୍ୱର ଧାମ ରେଳଷ୍ଟେସନ କରିବାକୁ ଆଜି ବିଜେପି ସାଂସଦ କୁଶଲ କିଶୋର କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି।
ଶ୍ରୀ କୁଶଲ ମୋହନଲାଲଗଞ୍ଜ ସଂସଦ ନିର୍ବାଚନମଣ୍ଡଳୀର ସାଂସଦ। ତାଙ୍କ ସାଂସଦୀୟ ଅଞ୍ଚଳରେ ଥିବା ଏହି ରେଳ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ସେ ରେଳ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି। ଏହି ରେଳ ଷ୍ଟେସନରେ ୩ଟି ପ୍ଲାଟଫର୍ମ ରହିଛି।