ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍

ଭଦ୍ରକ,ଏନ୍ଏନ୍ଏସ୍: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଗଲା ବସ୍‌। ଫଳରେ ୧୧ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି ଭଦ୍ରକର ୧୬ ନମ୍ୱର ଜାତୀୟ ରାଜପଥର ତ୍ରିସଲ୍ ପୁର ଛକ ନିକଟରେ ଘଟିଛି। ଆହତଙ୍କୁ ସେଠାରୁ ଭଦ୍ରକ ଅଗ୍ନିଶମ ବାହିନୀ ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ଶ୍ରୀ ଅନନ୍ତ ନାମକ ଏହି ଯାତ୍ରୀବାହୀ ବସଟି ବାଲେଶ୍ଵରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସେହିପରି ବସରେ ଥିବା ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।