Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆରମ୍ଭରୁ ଟ୍ରାଫିକ୍ ଝଟକା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆରମ୍ଭରୁ ଟ୍ରାଫିକ୍ ଝଟକା

ଭୁବନେଶ୍ୱର: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀରେ ଟ୍ରାଫିକ୍ ନିୟନ୍ତ୍ରଣ କଡ଼ାକଡ଼ି ହୋଇଛି। ତେବେ ନିୟମ ଲାଗୁ ହେବା ପରେ ସହରରେ ଅନେକ ଯାତ୍ରୀ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରି ଜୋରିମାନା ଦେଇଛନ୍ତି। ନିୟମ ଲାଗୁ ହେବାର ପ୍ରଥମ ଦିନରେ ଦୈତନଗରୀ ପୁଲିସ ଟ୍ରାଫିକ୍ ଉଲ୍ଲଙ୍ଘନକାରୀମାନଙ୍କଠାରୁ ୫ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ରବିବାର ୩୧୨ ଜଣ ନିୟମ ଉଲ୍ଲଙ୍ଘନକାରୀ ଯାତ୍ରୀଙ୍କଠାରୁ କମିଶନରେଟ୍ ପୁଲିସ ୨ଲକ୍ଷ ୧୩ହଜାର ଟଙ୍କା ଜୋରିମାନା ଆଦାୟ କରିଛି। ସେହିପରି ଆର୍ଟିଓ-୧ ପକ୍ଷରୁ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୨ଲକ୍ଷ ୭୫ହଜାର ଟଙ୍କା ଫାଇନ୍ କଟାଯାଇଛି। ତେବେ ଆର୍ଟିଓ-୨ ଆଦାୟ କରିଥିବା ଜୋରିମାନା ବାବଦରେ କୌଣସି ସୂଚନା ମିଳିପାରିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ନିୟମ ଲାଗୁ ହେବାର ପ୍ରଥମ ଦିନରେ ଜଣେ ବ୍ୟକ୍ତି ୩୫ ହଜାର ଟଙ୍କା ଜୋରିମାନା ବାବଦକୁ ଦେଇଛନ୍ତି। ଫାଇନ୍ ଦେଇଥିବା ବ୍ୟକ୍ତି ଜଣକ କିଛିଦିନ ହେବ ଗୋଟିଏ ନୂଆ ବାଇକ୍ କିଣିଛନ୍ତି। ଉକ୍ତ ବାଇକ୍ର ନମ୍ବର ପ୍ଲେଟ୍ ନଥିବାରୁ ପୁଲିସ ତାଙ୍କଠାରୁ ଜୋରିମାନା ଆଦାୟ କରିଥିଲା। ଏହା ସହ ଡ୍ରାଇଭିଂ ଲାଇସେନ୍ସ, ବିନା ହେଲ୍ମେଟ୍ରେ ଡ୍ରାଇଭିଂ ଓ ଇନ୍ସ୍ୟୁରାନ୍ସ ନଥିବାରୁ ତାଙ୍କର ସର୍ବମୋଟ ୩୫ହଜାର ଟଙ୍କା ଜୋରିମାନା ହୋଇଥିଲା।
ଜୋରିମାନା ଆଦାୟକୁ ସଠିକ୍ ଢଙ୍ଗରେ ପରିଚାଳନା କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ୫୦୦ଟି ଚାଲାଣ ମେସିନ୍ର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ବାହନ ଓ ସାରଥୀ ଆପ୍ ସଂଯୁକ୍ତ ରହିଛି। ନୂଆ ନିୟମ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ସର୍ବନିମ୍ନ ଜୋରିମାନା ୧ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ସିଗନାଲ୍ ନମାନି ଗାଡ଼ି ଚଳାଇଲେ, ମୋବାଇଲ୍ ଫୋନରେ ଗପି ଗାଡ଼ି ଚଳାଉଥିଲେ, ନୋ ଓଭର ଟେକିଂ ଜୋନ୍ରେ ଓଭର ଟେକିଂ କଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଦେବାକୁ ହେବ। ଦ୍ୱିତୀୟ ଥର ଏହି ଭୁଲ୍ କଲେ ଜୋରିମାନାର ପରିମାଣ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଦିଆଯିବ। ସେହିପରି ସିଟ୍ ବେଲ୍ଟ ପିନ୍ଧିନଥିଲେ ସେମାନଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ୨ ଚକିଆ ଗାଡ଼ିରେ ୨ ଜଣରୁ ଅଧିକ ଯାତ୍ରା କରୁଥିଲେ ୧୦୦୦ ଟଙ୍କା, ଉଭୟ ଡ୍ରାଇଭର ଓ ସହଯାତ୍ରୀ ହେଲ୍ମେଟ୍ ପିନ୍ଧି ନଥିଲେ ୧୦୦୦ ଟଙ୍କା, ବିନା କାରଣରେ ପ୍ରତିବନ୍ଧକ ଥିବା ଅଞ୍ଚଳରେ ହର୍ଣ୍ଣ ବଜାଇଲେ ୧୦୦୦ ଦେବାକୁ ପଡ଼ିବ। ସେହିଭଳି ଗାଡ଼ି ସାଇଲେନ୍ସରରୁ ଧୂଆଁ ବାହାରୁଥିଲେ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ଜରୁରିକାଳୀନ ସେବା ଗାଡ଼ିକୁ ସାଇଡ୍ ନ ଦେଲେ ଅତି କମ୍ରେ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ସେହିଭଳି ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବା ନେଇ ନିୟମ କରାଯାଇଛି। ରାଜଧାନୀରେ ଏହି ନୂଆ ନିୟମ ବାବଦରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଲିଫ୍ଲେଟ୍ ଦେଇ ସଚେତନ କରାଯାଇଛି। ସେହିପରି ଅନ୍ୟପକ୍ଷରେ ମାଇକ୍ ଲଗାଇ ଟ୍ରାଫିକ୍ ପୁଲିସ ଲୋକଙ୍କୁ ସଚେତନ କରିଛି।