Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସିଲଭର ସିଟିରେ ବାଜିଲାଣି ପୂଜା ବିଗୁଲ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସିଲଭର ସିଟିରେ ବାଜିଲାଣି ପୂଜା ବିଗୁଲ

କଟକ,ଏନ୍ଏନ୍ଏସ୍: କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଚଳିତ ବର୍ଷ ଦୂର୍ଗାପୂଜା ଓ ଭସାଣି ଉତ୍ସବର ସଫଳତା ପାଇଁ ସ୍ଥାନୀୟ ଦରଖାପାଟଣା ଦୁର୍ଗାମଣ୍ଡପ ପରିସରରେ ଆଜି ମହାଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଳ୍ପତରୁ ବାୟାବାବା ମଠର ମହନ୍ତ ଶ୍ୟାମାନନ୍ଦ ବାବା ଉଦ୍ଘାଟନ କରିଥିଲେ। ସ୍ୱର୍ଗାରୋହଣ କରିଥିବା ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଦତ୍ତ, ରାମାଶିଷ୍ ପାଲ୍, ଜ୍ୟୋତିଷ ପଶାୟତ୍, ବୀରେନ୍ଦ୍ର ଚୌଧୁରୀ, ମଦନମୋହନ ମହାନ୍ତି, ଗୋକୁଳାନନ୍ଦ ମହାନ୍ତିଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଦରଖାପାଟଣା ପୂଜା କମିଟି ତରଫରୁ ଶଶିଭୂଷଣ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କମିଟି ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶାନ୍ତି କମିଟିର ସାଧାରଣ ସଂପାଦକ ଭିକାରୀ ଦାସ ୨୦୧୮-୧୯ ର ଆୟବ୍ୟୟ ହିସାବ ଏବଂ ଚଳିତ ଦୁର୍ଗାପୂଜା ସଂକ୍ରାନ୍ତୀୟ ପ୍ରସ୍ତାବ ଆଗତ କରିଥିଲେ। ଏହା ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା। ଚଳିତ ବର୍ଷ ଅକ୍ଟୋବର ୪ ତାରିଖ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ହୋଇ ୯ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ୫ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ଉତ୍ସବ ନିମନ୍ତେ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଇକ୍ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଷଷ୍ଠୀଠାରୁ ଦ୍ୱାଦଶୀ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ଏବଂ ବିଦ୍ୟୁତ ଯୋଗଇ ଦେବାକୁ ବିଭାଗୀୟ କର୍ତ୍ତଅପକ୍ଷଙ୍କୁ ଅନୁରୋଧ କରାଯାଇଛି। କାଠଯୋଡ଼ି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ୪ରୁ ୫ଟି ବଡ଼ ବଡ଼ କୃତ୍ରିମ ପୋଖରୀ ଖୋଳିବାକୁ ମହାନଗର ନିଗମକୁ ପ୍ରସ୍ତାବ ଦିଆଇଥିଲା। କଟକ ସହରର ଗଳିକନ୍ଦି ଓ ମୁଖ୍ୟରାସ୍ତା ଅତି ଶୋଚନୀୟ ହୋଇଥିବାରୁ ତୁରନ୍ତ ଯୁଦ୍ଧକାଳୀନଭିତ୍ତିରେ ରାସ୍ତାର ମରାମତି ବା ପୂନଃନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବା ସହ ଜାଇକାର ଅସମ୍ପୂର୍ଣ୍ଣ କାମକୁ ତୁରନ୍ତ ସାରିବା ସହ ନୂତନ କାମ ଆରମ୍ଭ ନକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ମେଢ଼ ଯାତାୟାତ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛଡାଳ, ସ୍କାଏଭ୍ୟୁ, ଟେଲିଫୋନ ଓ ବିଦ୍ୟୁତ୍ ତାରକୁ ଅପସାରଣ କରିବାକୁ ମଧ୍ୟ ଶାନ୍ତିକମିଟି ପକ୍ଷରୁ ନିବେଦନ କରାଯାଇଛି। ରାଜ୍ୟର ସମସ୍ତ ରାଜନୈତିକ ଦଳ ନେତୃବୃନ୍ଦକୁ କଟକର ଦୁର୍ଗାପୂଜା ଉତ୍ସବ ପରିଦର୍ଶନରେ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା। ୨୦୧୮ ମସିହାରେ କଟକ ସହରରେ ୨୪ଟି ଚାନ୍ଦି ମେଢ଼ ହୋଇଥିଲା। ଚଳିତ ବର୍ଷ ଛତ୍ରବଜାର, ଗଙ୍ଗାମନ୍ଦିର ଓ ବିଡ଼ାନାସୀ ଦୁର୍ଗାପୂଜା କମିଟି ପକ୍ଷରୁ ଚାନ୍ଦିମେଢ଼ ନିର୍ମାଣ କରାଯିବ। ଫଳରେ ଚାନ୍ଦିମେଢ଼ ସଂଖ୍ୟା ୨୭ରେ ପହଞ୍ଚିବ।